ଆଜି ଭୁବନେଶ୍ୱରରେ ପହଞ୍ଚିବ ହତ୍ୟାକାରୀ ପ୍ରେମିକ

ଆଜି ଭୁବନେଶ୍ୱରରେ ପହଞ୍ଚିବ ହତ୍ୟାକାରୀ ପ୍ରେମିକ । ଧାନବାଦ ଏକ୍ସପ୍ରେସରେ ରାଞ୍ଚି ମହିଳାଙ୍କୁ ହତ୍ୟା ମାମଲା ୬ ମାସ ପରେ ଅଭିଯୁକ୍ତକୁ ସୁରଟରୁ କାବୁ କରି ଭୁବନେଶ୍ୱର ଆଣୁଛି ଜିଆରପି । ଅଭିଯୁକ୍ତ ଗଞ୍ଜାମ ଧରାକୋଟର ଶୁଧାଂଶୁ ପ୍ରଧାନ। ସୁରଟର ଆମରୋଲି ଭଡାଘରେ ଚଢ଼ାଉ କରି ଅଭିଯୁକ୍ତକୁ ଧରିଛି ପୋଲିସ। ମୃତ ମହିଳା ହେଲେ ରାଞ୍ଚିର ସୁମନ କୁମାରୀ। ଫେସବୁକ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥିଲା। ଉଭୟ ବିବାହ ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିବା ଜିଆରପି ସୂତ୍ରରୁ ଜଣାପଡଛି। କିନ୍ତୁ ସୁଧାଂଶୁ ପୂର୍ବରୁ ବିବାହ କରିବାରୁ ପରେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା।

ରାସ୍ତାରୁ ହଟାଇବା ପାଇଁ ପ୍ଲାନ କରିଥିଲା କିଲର ସୁଧାଂଶୁ । ଏପ୍ରିଲ ୧୯ ତାରିଖ ରାତିରେ ଦୁହେଁ ରାଉରକେଲା ଷ୍ଟେସନରୁ ଟ୍ରେନ ଧରିଥିଲେ। ଭୁବନେଶ୍ୱର ପହଞ୍ଚିବା ପୂର୍ବରୁ ତଣ୍ଟି କାଟି ହତ୍ୟା କରିଥିଲା ପ୍ରେମିକ। ଶାରୀରିକ ସମ୍ପର୍କ ରଖିବା ବାହାନାରେ ଟ୍ରେନ ଟଏଲେଟ ରେ ଘଟାଇଥିଲା ଏଭଳି ହତ୍ୟାକାଣ୍ଡ। ହତ୍ୟା ପରେ ମଞ୍ଚେଶ୍ୱର ଷ୍ଟେସନ ନିକଟରୁ ଫେରାର ହୋଇଯାଇଥିଲା ଶୁଧାଂଶୁ । ଏହି ଘଟଣାରେ ଜିଆରପି ପୋଲିସ ସିସିଟିଭି, ଫୋନ ଟ୍ରାକିଂ କରି ଅଭିଯୁକ୍ତକୁ ବାନ୍ଧିଛି।

Related Articles

Back to top button