ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ୧୧ ଜଣ ଯବାନ୍‍ ଶହୀଦ୍‍ ହେବା ପରେ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲାରେ ସତର୍କତା

ଭୁବନେଶ୍ୱର: ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲ୍‍ମାନଙ୍କ ଆକ୍ରମଣରେ ୧୧ ଜଣ ଯବାନ୍‍ ଶହୀଦ୍‍ ହେବା ଘଟଣା ପରେ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତା ଜାରି କରାଯାଇଛି । ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ପୁଲିସ୍‍ ମହାନିର୍ଦ୍ଦେଶକ ସୁନିଲ୍‍ କୁମାର ବଂଶଲ୍‍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହିସବୁ ଜିଲ୍ଲାରପ୍ରତ୍ୟେକ ଚେକ୍‍ ପୋଷ୍ଟରେ ଯାଞ୍ଚ୍‍ ପ୍ରକ୍ରିୟାକୁ ବ୍ୟାପକ କରାଯାଯାଇଛି ଏବଂ ତଲାସୀ ଅଭିଯାନକୁ ଜୋର୍‍ଦାର୍‍ କରାଯାଇଛି । ସୂଚନାଯୋଗ୍ୟ, ଜିଲ୍ଲା ରିଜର୍ଭ ଗାର୍ଡ଼ର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରକୁ ନକ୍ସଲମାନେ ଆଇ.ଇ.ଡି. ବିସ୍ଫୋରଣ କରିଥିଲେ । ଏଥିରେ ଜଣେ ଡ୍ରାଇଭର୍‍ଙ୍କ ସମେତ ୧୧ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେହି ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋର୍‍ଦାର କରାଯାଇଛି ।

Related Articles

Back to top button