ଆଖି ବୁଜିଲା ଦନ୍ତା : ପାଟିରେ ବୋମା ଫୁଟି ହୋଇଥିଲା ଗୁରୁତର

ପୁଣି ଚାଲିଗଲା ଗୋଟେ ଦନ୍ତା ହାତୀର ଜୀବନ । ହାତୀ ବୋମା ଖାଇ ଦେବା ଫଳରେ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ପରେ ହାତୀର ଚିକିତ୍ସା ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ କରୁଥିଲେ । କିନ୍ତୁ ଚିକିତ୍ସା ସମୟରେ ହାତୀଟିର ମୃତ୍ୟୁ ହୋଇଯାଇଥିଲା ।

ସୂଚନା ଅନୁସାରେ, ଭୁବନେଶ୍ୱରର ଭାରତପୁତର ଜଙ୍ଗଲରେ ଘଟିଛି ଏଭଳି ଏକ ଘଟଣା । ବାରହା ଶିକାର ପାଇଁ ଖଞ୍ଜା ହୋଇଥିବା ବୋମାକୁ ହାତୀ ଖାଇଦେଇଥିଲା । ଯାହାଫଳରେ ହାତୀଟିର ପାଟିରେ ବୋମା ଫାଟି ଯାଇଥିଲା । ହାତୀଟି ଗୁରୁତର ଆହତ ହୋଇଥିଲା ।  ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ହାତୀଟିର ଚିକିତ୍ସା କରିଥିଲେ । କିନ୍ତୁ ହାତୀଟିର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଗତ ୧୫ ଦିନ ତଳେ ହାତୀଟି ବୋମା ବିସ୍ଫୋରଣରେ ଆହତ ହୋଇଥିବା ବେଳେ  ଜଙ୍ଗଲରୁ ଅସୁସ୍ଥ ହାତୀକୁ ଉଦ୍ଧାର କରାଯାଇଥିଲା । ଏ ଘଟଣା ସମ୍ପର୍କରେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଯାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Related Articles

Back to top button