ପୁରୀରେ ଆମିକସକ୍ୟୁରି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ କଲେ ଆଲୋଚନା

ପୁରୀ: ପୁରୀରେ ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ.କେ ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ନେଇ ଆଲୋଚନା କରିଛନ୍ତି । ଏଏସଆଇ ଅଧିକାରୀଙ୍କ ସହ ମିଶି ଶ୍ରୀମନ୍ଦିରରେ ନିର୍ମାଣ ଅନୁଧ୍ୟାନ କରିଥିବା ବେଳେ ୮ ଦିନ ମଧ୍ୟରେ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ।

ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟ ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏଥିସହ ଗର୍ଭଗୃହ, ଜଗମୋହନ, ଭୋଗ ମଣ୍ଡପ ମରାମତି କାର୍ଯ୍ୟର ମଧ୍ୟ ଅନୁଧ୍ୟାନ ହେବ  ଅନ୍ୟପଟରେ ଭିତର ରତ୍ନଭଣ୍ଡାର ମରାମତି ନେଇ କୌଣସି ଆଲୋଚନା ହୋଇ ନାହିଁ । ଏଏସ୍ଆଇ ପକ୍ଷରୁ କଣ କଣ ମରାମତି କରାଯାଇଛି। ସେ ସବୁର ସ୍ଥିତି କଣ ରହିଛି। ଆଉ କଣ ମରାମତି କରାଯିବ। କେବେ ଓ କିଭଳି କରାଯିବ ତାର ଖସଡ଼ା ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିର ରୋଷଘର ଓ ସ୍ନାନମଣ୍ଡପର ପଥର ପରିବର୍ତ୍ତନ କରାଯିବ।

ଶ୍ରୀମନ୍ଦିର ସୁରକ୍ଷା, ମରାମତି ଓ ରକ୍ଷଣାବେକ୍ଷଣ ନେଇ ଆମିକସ୍ କ୍ୟୁରୀ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିବେ । ଆସନ୍ତା ୨୯ ତାରିଖରେ ବସିବ ପରବର୍ତ୍ତୀ ବୈଠକ। ଆମିକସ କ୍ୟୁରୀ ଏ ସୂଚନା ଦେଇଛନ୍ତି।

Related Articles

Back to top button