
ଅମିତ ଶାହା ଆସନ୍ତା ଏପ୍ରିଲ ୨୫ରେ ଓଡ଼ିଶା ଗସ୍ତରେ ଆସିବେ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସନ୍ତା ଏପ୍ରିଲ ୨୫ରେ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର । ଏପ୍ରିଲ ୨୫ରେ ସୋନପୁର ପହଞ୍ଚି ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ୱରରେ ରାତ୍ରିଯାପନ କରିବେ । ସେ ଏଠାରେ ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ । ଏହା ସହ ନିର୍ବାଚନୀ ରଣନୀତି ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟ ମନ୍ତ୍ର ଦେବେ ବୋଲି ଜଣାପଡ଼ିଛି ।