୨୧ ତାରିଖରେ ଓଡ଼ିଶାରେ ପହଞ୍ଚି ସମ୍ବଲପୁରରେ ସଭା କରିବେ ଅମିତ ଶାହା

ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ମେ’ ୨୧ ତାରିଖରେ ଓଡ଼ିଶା ଆସି ୪ଟି ସ୍ଥାନରେ ସଭା କରିବେ ଅମିତ ଶାହ । ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଶାହ ୨୧ ତାରିଖରେ ଓଡ଼ିଶାରେ ପହଞ୍ଚି ସମ୍ବଲପୁରରେ ସଭା କରିବେ ଓ ପରେ କେନ୍ଦୁଝର ,ପର୍ଜଙ୍ଗ ଓ ନୟାଗଡ଼ରେ ଆୟୋଜିତ ବିଜୟ ସଂକଳ୍ପ ଯାତ୍ରାରେ ଯୋଗଦେବେ । ଏହି ସଭା ମାଧ୍ୟମରେ ସେ ମତଦାତାମାନଙ୍କୁ ଡ଼ବଲ ଇଞ୍ଜିନ ସରକାର ବିଷୟରେ ବୁଝାଇବେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ଵାଚନ ଶେଷ ହୋଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟ ବାକି ରହିଛି । ଏହି ସମୟରେ କେନ୍ଦ୍ର ମନ୍ତ୍ରୀମାନଙ୍କର ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଦେଉଛି । କେନ୍ଦ୍ର ମନ୍ତ୍ରୀମାନଙ୍କର ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Related Articles

Back to top button