ଆସନ୍ତାକାଲି ସିଂହଦ୍ୱରଠାରୁ ଗୁଣ୍ତିଚା ମନ୍ଦିର ପର୍ଯ୍ୟନ୍ତ ରୋଡ ଶୋ’ କରିବେ ମୋଦୀ

ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋମବାର ଦିନ ପ୍ରଧାନମନ୍ତ୍ରୀ ପୁରୀରେ କରିବେ ରୋଡ ଶୋ’ । ସିଂହଦ୍ୱର ନିକଟରୁ ମୋଦୀଙ୍କ ରୋଡ ଶୋ’ଆରମ୍ଭ ହୋଇ ଗୁଣ୍ତିଚା ମନ୍ଦିର ନିଟରେ ଶେଷ ହେବ । ମୋଦୀଙ୍କ ରୋଡ ଶୋ’କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ସେହିପରି ବଡ଼ଦାଣ୍ତରେ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।ଏହି ଗସ୍ତ ସମୟରେ ରାଜ୍ୟ ପାର୍ଟି ଅଫିସରେ ନିର୍ବାଚନକୁ ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ୧୯ ତାରିଖରେ ରାତ୍ରୀଯାପନ କରି ୨୦ରେ ଶ୍ରୀଜିଉଙ୍କ ଦର୍ଶନ କରିବେ ମୋଦୀ । ୨୦ ତାରିଖ ସକାଳେ ପୁରୀରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ । ପରେ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

Related Articles

Back to top button