ପୁଣି ସୁନ୍ଦରଗଡ଼ରେ ଚିହ୍ନଟ ହେଲେ ୧୨ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ

ରାଜ୍ୟରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ପୁଣି ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୨ଜଣ ସ୍କ୍ରବ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତାଙ୍କ ସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି । ଗତ କାଲି ୨୫ ଜଣ ରୋଗୀ ଚିହ୍ନଟ ହୋଇଥିଲେ ।

ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ନିଆଯାଇଥିବା ନମୁନା ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୧୨ଜଣଙ୍କୁ ଚିହ୍ନଟ କରାଯାଇଛି । ଗତକାଲି ରୋଗୀଙ୍କ ସଂଖ୍ୟା ସମୁଦାୟ ୩୫୫ ହୋଇଥିବା ବେଳେ ଆଜି ଆଉ ୧୨ଜଣଙ୍କୁ ମିଶି ୩୭୩କୁ ବୃଦ୍ଧି ପାଇଛି । ଏପରି ସଂକ୍ରମଣକୁ ଦେଖି ଜିଲ୍ଲାବାସୀ ଭୟଭୀତ ହେଉଛନ୍ତି । ଅନ୍ୟପଟେ ସରକାରଙ୍କ ତରଫରୁ କୀଟନାଶକ ଔଷଧ ସିଞ୍ଚନ ଚାଲିଛି । ରୋଗୀମାନଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି ।

କୋରାପୁଟ ଜିଲ୍ଲାରେ ମଧ୍ୟ ୧୬୭ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଆକ୍ରନ୍ତ ହୋଇଛନ୍ତି । ଏନେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଅରୁଣ କୁମାର ପାଢୀ ଶନିବାର ଦିନ ସୂଚନା ଦେଇଛନ୍ତି । ଏହି ଜିଲ୍ଲାରେ ୧୬୫୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୬୭ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଏପ୍ରିଲ ମାସରେ ୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅକ୍ଟୋବର ୮ ତାରିଖ ସୁଦ୍ଧା ଆହୁରୀ ୧୪ ଜଣ ଏହି ଜିଲ୍ଲାରେ ଆକ୍ରନ୍ତ ହୋଇଛନ୍ତି ।

Related Articles

Back to top button