ମାଞ୍ଜା ସୂତା ଲାଗି ପୁଣି ଅଘଟଣ: ଆହତ ହେଲେ ଆଉ ଜଣେ ବ୍ୟକ୍ତି

ମାଞ୍ଜା ସୂତାରେ ପୁଣି  ଆହତ ହୋଇଛନ୍ତି ଜଣେ ବ୍ୟକ୍ତି  । ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲାରେ । କଟକର ଭୁବନେଶ୍ୱର ଯାଉଥିବା ସମୟରେ ଏଭଳି ଦୁଖଦ ଘଟଣା ଘଟିଛି । ଲଗାତାର ଭାବେ ହୋଇଚାଲିଛି ମାଞ୍ଜା ସୂତାରେ ଅଘଟଣ । ଯାହାଫଳରେ ଦିନକୁ ଦିନ ଅସୁବିଧାରେ ପଡୁଛନ୍ତି ସାଧାରଣ ଲୋକେ ।

ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ସେ ତାଙ୍କର କଲ୍ୟାଣ ନଗର ଘରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ ଗୁଡିର ସୂତା ତାଙ୍କର ବେକରେ ଲାଗିଯାଇଥିଲା । ଯାହାଫଳରେ ଏଭଳି ଅଘଟଣ ଘଟିଛି । ବ୍ୟକ୍ତିଜଣଙ୍କର ବେକରେ ଗଭୀର ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିଛି । ମାଞ୍ଜା ସୂତା ବ୍ୟବହାର ପାଇଁ ରୋକ ଲଗାଇବା ସତ୍ୱେ ମଧ୍ୟ ଏହାର ବ୍ୟବହାର ହେଉଥିବାରୁ ଏଭଳି ଅଘଟଣ ଘଟୁଛି । ଏନେଇ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button