ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ବିଧିବଦ୍ଧ ଭାବରେ ପଦ୍ମ ଧରିଲେ ଅନୁଭବ ମହାନ୍ତି

ବିଜେପିରେ ସାମିଲ ହେଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଆଜି ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସେ ବିଜେପିରେ ମିଶିଛନ୍ତି। ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ଭାଜପାରେ ସାମିଲ ହୋଇଥିବା କହିଛନ୍ତି। କିଛି ଦିନ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଅନୁଭବ ଦୂରେଇ ରହୁଥିଲେ। ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ତାଙ୍କୁ ଦେଖିବାକୁ ମିଳୁ ନ ଥିଲା। ବିଭିନ୍ନ ସମୟରେ ନିଜ ମନ୍ତବ୍ୟକୁ ନେଇ ବିବାଦରେ ରହି ଆସୁଥିଲେ।

ସୂଚନା ଯୋଗ୍ୟ ୨୭ ଏପ୍ରିଲ ୨୦୧୩ ମସିହାରେ ବିଜେଡିରେ ସାମିଲ ହୋଇଥିବା ବେଳେ ୨୦୧୪ର ବିଜେଡି ଟିକେଟ୍‌ରେ ରାଜ୍ୟ ସଭା ଏମ୍‌ପି ହୋଇଥିଲେ। ତେବେ ୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ବିଜେଡି ତାଙ୍କୁ ମଇଦାନକୁ ଓହ୍ଲାଇଥିଲା। ସେ ବୈଜୟନ୍ତଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

Related Articles

Back to top button