ଓଡ଼ିଶାବାସୀ ପାଳୁଛନ୍ତି ୮୯ ତମ ଉତ୍କଳ ଦିବସ : ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ବରିଷ୍ଠ ବ୍ୟକ୍ତିତ୍ଵ ଜଣାଇଲେ ଶୁଭେଚ୍ଛା

ରାଜ୍ୟ ପାଳୁଛି ୮୯ ତମ ଉତ୍କଳ ଦିବସ । ରାଜ୍ୟ ଗଠନରେ ଯୋଗଦାନ ଦେଇଥିବା ବରପୁତ୍ରଙ୍କୁ ଆଜିର ଦିନରେ ସମସ୍ତ ଓଡ଼ିଶାବାସୀ ସ୍ମରଣ କରୁଛନ୍ତି । ଏହି ଦିବସ ଅବସରରେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାରେ ସୁଅ । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ,କୋଣାର୍କ ଭଳି ଅନେକ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ମନ୍ଦିରର ଏହି ଭୂମିରେ ଭରି ରହିଛି । ଶତାବ୍ଦୀ ଶତାବ୍ଦୀ ଧରି ଆଧୁନିକ ଭାରତର ନିର୍ମାତାମାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି ଓଡ଼ିଶା । ଅଧିକରୁ ଅଧିକ ସଫଳତା ଓ ସମୃଦ୍ଧି ପାଇଁ ରାଜ୍ୟ ଓ ରାଜ୍ୟବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଏହା ମୋର ଆନ୍ତରିକ କାମନା । ଓଡ଼ିଶା ବିଶ୍ବକୁ ଶାନ୍ତି ଏବଂ ପ୍ରେମର ବାର୍ତ୍ତା ଦେଉଛି । ରାଜ୍ୟର ଅଗ୍ରଗତି ପାଇଁ ଶୁଭେଚ୍ଛା ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରର ପ୍ରଗତିରେ ଓଡ଼ିଶାର ଉଲ୍ଲେଖନୀୟ ଯୋଗଦାନ ରହିଛି ବୋଲି ଲେଖିବା ସହ ଓଡ଼ିଶାବାସୀଙ୍କ ସଫଳତା ଓ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Related Articles

Back to top button