ଅନୁଭବଙ୍କ ପୈତୃକ ଘର ଚାବି ଫେରାଇବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କ ପୈତୃକ ଘର ଚାବି ଫେରାଇବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ଉପସ୍ଥିତିରେ ଏହି ଚାବି ଫେରାଇବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ଷା ଅନୁଭବଙ୍କ ଘର ଛାଡିଛନ୍ତି, କିନ୍ତୁ ବର୍ତମାନ ସୁଦ୍ଧା ଏହି ଚାବି ବର୍ଷାଙ୍କ ପାଖରେ ରହିଛି । ତେଣୁ ଏହି ଚାବି କୋର୍ଟଙ୍କ ସମ୍ମୁଖରେ ବର୍ଷା କିମ୍ବା ତାଙ୍କ ଓକିଲ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି । ନଚେତ୍ ଏହି ଚାବି କୋର୍ଟଙ୍କ ଜିମାରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ସଦର ଏସଡିଜେଏମ ।

Related Articles

Back to top button