ଅପରାଜିତା କହିଲେ ସାରା ଓଡ଼ିଶା ଆନନ୍ଦିତ

ମନମୋହନଙ୍କ ମନ୍ତବ୍ୟ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ତେବେ ଆଜି କେବଳ କର୍ମୀ ନୁହଁନ୍ତି, ସାରା ଓଡ଼ିଶାବାସୀ ଆନନ୍ଦିତ । ସଭାପତି ସ୍ପଷ୍ଟ ଭାବେ କହିଛନ୍ତି ଆମେ ଏକାକୀ ଲଢ଼ିବୁ । ଏହାକୁ ନେଇ ଆମେ ସମସ୍ତେ ଉତ୍ସବ ମନାଇବା ଉଚିତ ବୋଲି ସେ କହିଛନ୍ତି ।ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୩ୟ ଥର ଓ ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କରିବ ବୋଲି ଦୃଢ଼ୋକ୍ତି ବଢ଼ିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବ ବୋଲି କହିଛନ୍ତି ମନମୋହନ ସାମଲ ।

ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ଲଢ଼ିବ ବୋଲି ଦୋହରାଇ କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ୧୪୭ ଆସନ ପାଇଁ ପ୍ରାର୍ଥୀ ଦେବ ବିଯେପିଁ। ୨୧ ସିଟ୍‌ରେ ସାଂସଦ ପ୍ରାର୍ଥୀ ଦେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ପ୍ରାର୍ଥୀଦେବ ବୋଲି ସେ କହିଛନ୍ତି ।

Related Articles

Back to top button