ବଲାଙ୍ଗୀର, ସୋନେପୁର ମଧ୍ୟରେ ମାର୍ଚ୍ଚ ୧୫ଠୁ ଗଡିବ ନୂଆ ଟ୍ରେନ୍

ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଗୋଟିଏ ନୂଆ ଟ୍ରେନ୍‌ ପ୍ରଚଳନ ବଲାଙ୍ଗିର ପାଶ୍ୱର୍ରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍‌ ଲାଇନ୍‌ କାର୍ଯ୍ୟକ୍ଷମ ହେବା ନେଇ ରେଳବାଇ ପକ୍ଷରୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ଏକ୍ସପ୍ରେସ୍‌ ଏବଂ ଦୁଇ ଯୋଡ଼ା ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା ହୋଇଛି।

ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ(୧୨୮୯୩) ବଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ଣ ୧ଟା ୪୫ରେ ସୋନପୁର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ଣ ୩ଟା ୧୫ରେ ସୋନପୁରରେ ପହଞ୍ଚିବ । ଫେରିବା ମାର୍ଗରେ ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ(୧୨୮୯୪) ସୋନପୁରରୁ ଅପରାହ୍ଣ ୧ଟାରେ ଛାଡ଼ି ଅପରାହ୍ଣ ୨ଟା ୨୫ରେ ବଲାଙ୍ଗୀରରେ ପହଞ୍ଚିବ । ଏହି ଟ୍ରେନ୍‌ ଅପରାହ୍ଣ ୨ଟା ୪୫ରେ ବଲାଙ୍ଗୀର ଷ୍ଟେସନରୁ ଛାଡ଼ି ରାତି ୯ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ ଗୁରୁବାରଠାରୁ ସୋନପୁରରୁ ଏବଂ ଶୁକ୍ରବାରଠାରୁ ଭୁବନେଶ୍ୱରରୁ ନିୟମିତ ଭାବେ ଚଳାଚଳ କରିବ।

ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ୍‌ର ସମୟ ସାରଣୀ ଓ ରହଣି ଷ୍ଟେସନ ଉଭୟ ପାଶ୍ୱର୍ରୁ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ । ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଏହି ଟ୍ରେନ୍‌ ବିଛୁପାଲି, ଝରତରଭା ଏବଂ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ । ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ଟ୍ରେନ୍‌ ଶୁକ୍ରବାରଠାରୁ ଏହି ଟ୍ରେନ୍‌ ବଲାଙ୍ଗୀରରୁ ସକାଳ ୮ଟା ୧୫ରେ ଛାଡ଼ି ସୋନପୁରରେ ସକାଳ ୯ଟା ୪୫ରେ ପହଞ୍ଚିବ । ଫେରିବା ମାର୍ଗରେ ଏହି ଟ୍ରେନ୍‌ ସୋନପୁରରୁ ପୂର୍ବାହ୍ଣ ୧୦ଟା ୪୫ରେ ଛାଡ଼ି ମଧ୍ୟାହ୍ନ ୧୨ଟାରେ ବଲାଙ୍ଗୀରରେ ପହଞ୍ଚିବ ।

ସେହିପରି ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର ବଲାଙ୍ଗୀରରୁ ଅପରାହ୍ଣ ୧୨ଟା ୫୦ରେ ଛାଡ଼ି ସୋନପୁରରେ ଅପରାହ୍ଣ ୨ଟା ୨୦ରେ ପହଞ୍ଚିବ । ଫେରିବା ମାର୍ଗରେ ଏହି ଟ୍ରେନ୍‌ ସୋନପୁରରୁ ସନ୍ଧ୍ୟା ୫ଟାରେ ଛାଡ଼ି ସନ୍ଧ୍ୟା ୬ଟା ୧୫ରେ ବଲାଙ୍ଗୀରରେ ପହଞ୍ଚିବ । ଆସନ୍ତା ଶୁକ୍ରବାରଠାରୁ ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ନୂତନ ଟ୍ରେନ୍‌ ଚଳାଚଳ କରିବ । ବଲାଙ୍ଗୀର-ସୋନପୁର-ବଲାଙ୍ଗୀର ପାସେଞ୍ଜର ୧୫ ମାର୍ଚ୍ଚ ୨୦୧୪ ଠାରୁ ବଲାଙ୍ଗୀରରୁ ସନ୍ଧ୍ୟା ୭ଟା ୧୫ରେ ଛାଡ଼ି ସୋନପୁରରେ ସନ୍ଧ୍ୟା ୮ଟା ୪୫ରେ ପହଞ୍ଚିବ । ଫେରିବା ମାର୍ଗରେ ଏହି ଟ୍ରେନ୍‌ ସୋନପୁରରୁ ଶନିବାରଠାରୁ ଭୋର ୪ଟା ୧୫ରେ ଛାଡଡ଼ ବଲାଙ୍ଗୀର ଠାରେ ସକାଳ ୫ଟା ୩୦ରେ ପହଞ୍ଚିବ ।

Related Articles

Back to top button