୯୦ କୋଟିର ଋଣ ଖିଲାପ ଯୋଗୁଁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଆପାର୍ଟମେଣ୍ଟ ସିଲ୍ କଲା ବ୍ୟାଙ୍କ

ଭୁବନେଶ୍ୱର: ମହଙ୍ଗା ପଡିଲା ୯୦ କୋଟିର ଋଣ ଖିଲାପ। ରାଜଧାନୀରେ ସିଲ୍ ହେଲା ଏକ ଆପାର୍ଟମେଣ୍ଟ। ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ୬ଟି ଫ୍ଲାଟ ଥିବା ଏକ ଆପାର୍ଟମେଣ୍ଟ ସିଲ୍ ହୋଇଛି । ବ୍ୟାଙ୍କରୁ ଋଣ ଖିଲାପ ଅଭିଯୋଗରେ ଆପାର୍ଟମେଣ୍ଟ ସିଲ କରିଛି ପଞ୍ଜାବ ନାସନାଲ ବ୍ୟାଙ୍କ । ସିଲ୍ ବେଳେ ଫ୍ଲାଟ୍ ରେ ରହୁଥିବା ପରିବାରଙ୍କ ଆସବାପତ୍ର ସହ ତାଙ୍କୁ ବାହାର କରି ଲକ୍ କରିଦେଇଛି ବ୍ୟାଙ୍କ୍ । ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । କ୍ୟାପିଟାଲ ପୋଲିସ୍ ଟିମ୍ ମୁତୟନ୍ କରାଯାଇଥିଲା।

ତେବେ ଫରେଷ୍ଟ ପାର୍କର ପ୍ଲଟ ନମ୍ବର ୭୩/Aରେ ଜୟ କୁମାର ଜାଜୋଡିଆ ଓ ପବନ କୁମାର ସଜାଜୋଡିଆଙ୍କ ନାଁରେ ଥିବା ଆପାର୍ଟମେଣ୍ଟ ସିଲ କରିଛି ବ୍ୟାଙ୍କ । ସିଲ୍ ପୂର୍ବରୁ କୌଣସି ନୋଟିସ ମିଳିନଥିବା ଅଭିଯୋଗ କରିଛନ୍ତି ଫ୍ଲାଟରେ ରହୁଥିବା ମହିଳା । ପ୍ରାୟ ୯୦ କୋଟିରୁ ଅଧିକ ଟଙ୍କାର ଋଣ ଖିଲାପ କରିଥିବା ନେଇ ବ୍ୟାଙ୍କର ନୋଟିସକୁ ଭାଓଲେସନ ଆଧାରରେ ଆପାର୍ଟମେଣ୍ଟ ସିଲ କରାଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି । ଏନେଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୬ ଟିକିଆ ଆପାର୍ଟମେଣ୍ଟକୁ ସିଲ କରାଯାଇଛି। ଏପରିକି ଆପାର୍ଟମେଣ୍ଟର ରହୁଥିବା ଲୋକଙ୍କ ଜିନିଷ ବାହାର କରିବା ସହ ପୋଲିସ ଉପସ୍ଥିତିରେ ଘରକୁ ନିଜ କବଜାକୁ ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଏହାକୁ ବିରୋଧ କରିଛନ୍ତି ମହିଳା । ବୟସ୍କ ସତ୍ବେ ଜୋରଜବରଦସ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଜିନିଷ ବାହାର କରିଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା ।

Related Articles

Back to top button