୧୧ରୁ ରି-ଚେକିଂ ପାଇଁ ଆବେଦନ କରିପାରିବେ ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ

କଟକ:  ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିବା ୮୬୯୯ ଜଣ ଫେଲ୍ ହୋଇଛନ୍ତି।

କଟକ ସ୍ଥିତ ବୋର୍ଡ ଅଫିସ୍‌ରେ ପରୀକ୍ଷା ଫଳ ଘୋଷଣା କରିବା ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ମୂଲ୍ୟାୟନ ପଦ୍ଧତିକୁ ନିର୍ଭୁଲ କରିବାକୁ ବହୁ ଚେଷ୍ଟା କରାଯାଇଛି। ଏହାସତ୍ତ୍ୱେ ଯେଉଁ ଛାତ୍ରଛାତ୍ରୀ ନିଜ ରେଜଲ୍ଟରେ ସନ୍ତୁଷ୍ଟ ନୁହନ୍ତି, ସେମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ।

ଛାତ୍ରଛାତ୍ରୀମାନେ ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ରି-ଚେକିଂ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

ଆଜି ଅପରାହ୍ନ ଗୋଟାଏରେ କଟକ ସ୍ଥିତ ବୋର୍ଡ ଅଫିସ୍‌ରେ ରେଜଲ୍ଟ ଘୋଷଣା କରାଯାଇଥିଲା।  ୨ ବର୍ଷ ପରେ ଚଳିତ ବର୍ଷ ଅଫଲାଇନ୍‌ରେ ମାଟ୍ରିକ ପରୀକ୍ଷା ହୋଇଥିବା ବେଳେ ଫଳାଫଳ ବେଶ୍‌ ଉତ୍ସାହଜନକ ରହିଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ।

ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ୨, ୫୬, ୮୭୭ ଜଣ ଛାତ୍ର  ଓ ୨, ୬୦, ୯୭୦ ଜଣ ପାସ୍ କରିଛନ୍ତି।

Related Articles

Back to top button