ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ

ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ । ଦାୟିତ୍ବ ଗ୍ରହଣ କଲା ପରେ ଲୋକସେବା ଭବନରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି । ବିଭାଗର କାର୍ଯ୍ୟକୁ କିଭଳି ସୂଚାରୁ ରୂପେ କରାଯିବ ସେନେଇ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ ।

ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡ଼ିଥିଲେ ରୋହିତ ପୂଜାରୀ । ମନ୍ତ୍ରିମଣ୍ଡଳରୁ ରୋହିତଙ୍କୁ ବାଦ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ଯୋଗୁ ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବାକୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ।

Related Articles

Back to top button