ଦୈନିକ ଯାଞ୍ଚ ହେବ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଏଣିକି ଦୈନିକ ଯାଞ୍ଚ ହେବ । ଦୈନିକ ଉପସ୍ଥାନ ଇ-ସ୍ପେସ୍‍ରେ ଅପ୍‍ଲୋଡ କରାଯିବାପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଇଁ ଏହି ନୂତନ ଉପସ୍ଥାପନ ମଡ୍ୟୁଲ ଇ-ସ୍ପେସରେ ଉପଲବ୍ଧ ହେଉଛି । ପ୍ରତ୍ୟେକ କାର୍ଯ୍ୟ ଦିବସର ଅପରାହ୍ଣ ୪ଟା ସୁଦ୍ଧା ଉପସ୍ଥାନ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଏ ନିମନ୍ତେ ଚିଠି ଲେଖି ଅବଗତ କରାଯାଇଛି ।

ତେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଉପସ୍ଥାନର କଡ଼ାକଡ଼ି ଯାଞ୍ଚ ହେବ। ବିଭାଗ ଅନୁଯାୟୀ ଇ-ସ୍ପେସ୍‌ରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଦୈନିକ ଉପସ୍ଥାନ ଅପ୍‌ଲୋଡ୍‌ କରାଯିବ। ପ୍ରତ୍ୟେକ କାର୍ଯ୍ୟ ଦିବସର ଅପରାହ୍ନ ୪ଟା ସୁଦ୍ଧା ଉପସ୍ଥାନ ଅପ୍‌ଡେଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଥିରେ ଖିଲାପ କଲେ ଏହାକୁ ଗୁରୁତର ସହ ନିଆଯିବ ବୋଲି ନିର୍ଦ୍ଦେଶାଳୟ ଜଣାଇଦେଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇ-ସ୍ପେସ୍‌ ଲଗ୍‌ ଇନ୍‌ କରି ଦୈନିକ ଉପସ୍ଥାନ ଅପ୍‌ଡେଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button