ଉପଆନ୍ତରଉ ଉପକୂଳ ସବୁଠି ଅନୁଭୂତ ହେଉଛି ପହିଲି ଶୀତ

ପଡ଼ିଲାଣି ଶୀତର ପରଶ । ଉପାନ୍ତ ପାହାଡ଼ି ଅଞ୍ଚଳ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଧୀରେ ଧୀରେ ଶୀତ ଅନୁଭୂତ ହେଲାଣି । ଧୀରେ ଧୀରେ ଖସିଲାଣି ପାରଦ । ବିଶେଷ କରି କନ୍ଧମାଳ ଓ କୋରାପୁଟରେ ଅନୁଭୂତ ହେଲାଣି ଶୀତ । ରାତିର ତାପମାତ୍ରା ଏଠାରେ ଖସିବା ସହ ଶୀତ ଆସୁଛି ବୋଲି ସଂକେତ ମିଳିଲାଣି । ଆଜି ଭୋରରୁ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ୧୩ ଡିଗ୍ରୀ ସହ ଫୁଲବାଣୀ ଓ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର । ସେହିପରି କୋରାପୁଟରେ ୧୩.୮ ଓ ଦାରିଙ୍ଗବାଡ଼ିରେ ପାରଦ ଥିଲା ୧୪ ଡିଗ୍ରୀ। ଚଳିତ ଋତୁରେ ପ୍ରଥମ ଥର ୨୦ ଡିଗ୍ରୀ ତଳକୁ ଖସିଲା ରାଜଧାନୀ । ଗତକାଲି ରାତିରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୯.୭ ଡିଗ୍ରୀ ଓ କଟକ ତାପମାତ୍ରା ୨୦.୨ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଆସନ୍ତା ୧ରୁ ୩ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Related Articles

Back to top button