ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆୟୁଷ ଡାକ୍ତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଗୋଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଥିବାର ଖବର ମିଳିଛି। ଏକ ଅଟୋ ଦୁର୍ଘଟଣା ଲୁଚାଇବାକୁ ଚାଳକ ସୁଲେମାନ ଖାଲକୋ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ କୁତ୍ରା- ଝାରଖଣ୍ଡ ସୀମାନ୍ତ ଛୁରିଚଖା ଛକରେ ଏକ ଅଟୋ ଦୁର୍ଘଟଣା ହୋଇଥିଲା। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଅଟୋ ଚାଳକ ମହିଳାଙ୍କୁ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ। ଡାକ୍ତର ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ନ ଦେବାକୁ ୧୫ ହଜାର ଟଙ୍କ ଲାଞ୍ଚ ମାଗିଥିଲେ। କଥା ୧୨ ହଜାରରେ ତୁଟିଥିଲା। ଚାଳକ ସେଦିନ ୮ ହଜାର ଦେଇଥିବା ବେଳେ ବାକି ୪ ହଜାର ଟଙ୍କା ତୁରନ୍ତ ନଦେଲେ ପୁଲିସକୁ କହିଦେବେ ବୋଲି ଧମକ ଦେଇଥିଲେ।

Related Articles

Back to top button