ବଢିଲା ଅଡ଼ୁଆ : ଗିରଫ ହୋଇପାରନ୍ତି ଅଭିନେତା ଅନୁଭବ ମହାନ୍ତି

ଖୁବ୍ ଶୀଘ୍ର ଗିଫ ହୋଇ ପାରନ୍ତି ଅନୁଭବ । କଟକ ଜେଏମ୍‌ଏଫସି କୋର୍ଟ ତାଙ୍କ ବିରୋଧରେ ଜାରି କରିଛନ୍ତି ଜାମୀନ ବିହୀନ ଗିରଫ ପରୱାନା । ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ କରିଥିବା ଅଭିଯୋଗ ଆଧାରରେ କୋର୍ଟ ଏନବିଡ଼ବ୍ଲ୍ୟୁ ଜାରି କରିଛନ୍ତି । ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର‌୍ୟ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପୁରୀଘାଟ ଥାନା ଆଇଆଇସିଙ୍କୁ ଏନେଇ ନିର୍ଦ୍ଦେଶ ରହିଛି ।  କୋର୍ଟରେ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ । ଆଜି କୋର୍ଟରେ ହାଜର ନହେଲେ ଆସନ୍ତା କାଲି ତାଙ୍କୁ ଗିରଫ କରାଯିବା ସହ କୋର୍ଟରେ ହାଜର କରାଯାଇପାରେ ।

Related Articles

Back to top button