ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼

ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ । ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଯଦି ଆମେ ସୁପ୍ରିମକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାକୁ ଦେଖିବା, ତେବେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପରେ ଆସନ୍ତା ୮ ବର୍ଷ ମଧ୍ୟରେ ଜଷ୍ଟିସ ଜେ.ବି ପାରଦୀଓ୍ବାଲା ଏକମାତ୍ର ବିଚାରପତି ହେବେ ଯିଏକି ପ୍ରଧାନ ବିଚାରପତି ପଦରେ ୨ ବର୍ଷରୁ ଅଧିକ ସମୟ ରହିବେ। ଏହା ବ୍ୟତୀତ କୌଣସି ମୁଖ୍ୟ ବିଚାରପତି କେହି ବି ୧ ବର୍ଷରୁ ଅଧିକ ସମୟ ଚେୟାରରେ ରହି ନାହାନ୍ତି । ଚନ୍ଦ୍ରଚୂଡ଼ଙ୍କ ପରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ବରିଷ୍ଠତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହି ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ଯଦି ବରିଷ୍ଠତା ନୀତି ଅନୁସରଣ କରାଯାଏ, ତେବେ ଜଷ୍ଟିସ ସଞ୍ଜୀବ ଖାନ୍ନା ୧୧ ନଭେମ୍ବର ୨୦୨୪ରେ ଦେଶର ୫୧ତମ ପ୍ରଧାନ ବିଚାରପତି ହେବେ । ତାଙ୍କର କାର୍ଯ୍ୟକାଳ ୬ ମାସ ହେବ ଏବଂ ସେ ୧୩ ମେ’ ୨୦୨୫ରେ ଅବସର ନେବେ ।

Related Articles

Back to top button