ବାହୁଡ଼ିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା

କେନ୍ଦୁଝର: ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ଶାନ୍ତିପୂର୍ଣ୍ଣ ଭାବରେ ସରିଛି। ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବଡ଼ଦାଣ୍ଡରେ ଟାଣି ଟାଣି ନେଇ ଶ୍ରୀ ବଳଦେବଜୀଉ ମନ୍ଦିର ନିକଟରେ ପହଞ୍ଚାଇଛନ୍ତି। ପାଗ ଅନୁକୂଳ ହୋଇଥିବାରୁ ଜିଲା ଓ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।

ଏହି ଅବସରରେ ଭକ୍ତମାନଙ୍କ ସୁବିଧା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଜିଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି ମିତ୍ରଭାନୁ ମହାପାତ୍ର, ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଏସ୍‌ଡିପିଓ କେନ୍ଦୁଝର ପି.ଜେ. ଟପୋ, ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ , ତହସିଲଦାର ଆଶିଷ ମହାପାତ୍ର, ଅଶ୍ୱିନୀ ନାୟକ, ବିଡିଓ ଉଗ୍ରସେନ ଓରାମ, ସୂଚନା ଲୋକ ସମ୍ପର୍କର ଉପନିର୍ଦ୍ଦେଶକ ସଞ୍ଜୀବ ବାରିକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତାକାଲି ରଥରେ ଶ୍ରୀଜିଉ ସୁନାବେଶରେ ଦର୍ଶନ ଦେବା ପରେ ପହଣ୍ଡି ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

Related Articles

Back to top button