ବିଜେପିରେ ସାମିଲ ହେଲେ ବ୍ୟାମକେଶ ରାୟଙ୍କ ମାମୁ ଅଜୟ ନାୟକ

ବିଜେପିରେ ସାମିଲ ହେଲେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ମାମୁ ଅଜୟ ନାୟକ । ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ ଅଜୟ । ତେବେ ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଛନ୍ତି ।ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ । ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ଦଳର ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ବିଜେପି ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button