ଚିଲିକା ନଳବଣରେ ଭୟଙ୍କର ଅଗ୍ନିକାଣ୍ଡ

ଚିଲିକା ନଳବଣରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ହୁତୁ ହୁତୁ ହୋଇ ନିଆଁରେ ଜଳୁଛି ଚିଲିକା ନଳବଣ । ଆଖପାଖରେ ଜୋରରେ ପବନ ବହୁଥିବାରୁ ଏହି ନିଆଁ ବ୍ୟାପିବାରେ ଲାଗିଛି । ଚିଲିକାର କାଳୁପଡ଼ା ଜେଟି ନିକଟରେ ନିଆଁ ଲାଗିଥିବା ଜଣାଯାଇଛି । ତେବେ ଏହି ନିଆଁ ଭିତରେ ବିରଳ ଫିସିଂ କ୍ୟାଟ୍ ହୋଇଥିବା ବେଳେ ଜଳଚର ଜୀବ ମଧ୍ୟ ପ୍ରଭାବିତ ହୋଇଛନ୍ତି । ତେବେ ଖୁବଶୀଘ୍ର ଏହି ନିଅାଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି ।

 

Related Articles

Back to top button