କଂଗ୍ରେସର ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବାପି ସର୍ଖେଲ୍

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା। କଂଗ୍ରେସ ଛାଡିଲେ ବାପି ସର୍ଖେଲ୍ । ସମସ୍ତ ପାଦ ପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ବାପି ସର୍ଖେଲ୍। ଦେଇଛନ୍ତି ତେବେ ଦଳରୁ ଟିକେଟ ନ ମିଳିବାରୁ ବାପି ସର୍ଖେଲ୍ ନିଜର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ତେବେ ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ମୁତାବକ, ରାଜ୍ୟରେ ବିଭିନ୍ନ ଦଳୀୟ ନେତାଙ୍କର ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ ଜୋର ଧରିଥିବାବେଳେ ଏବେ କଂ‌ଗ୍ରେସକୁ ଆଉ ଏକ ଝଟ୍‌କା ଲାଗିଛି। ଆଜି କଂଗ୍ରେସ ଦଳର ହାତ ଛାଡିଛନ୍ତି ବାପି ସର୍ଖେଲ୍ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଇସ୍ତଫା ପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ବାପି ସର୍ଖେଲ୍। ତେବେ କିଛି ଦିନ ତଳେ ବାପିଙ୍କ ପତ୍ନୀ ମନିଦୀପା ବିଜେଡିରେ ମିଶିଥିଲେ । ତେଣୁ ବାପି ସର୍ଖେଲ୍ କଂଗ୍ରେସ ଛାଡ଼ିବା ପରେ ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ସେ କେଉଁ ଦଳର ହାତ ଧରି ରାଜନୀତିରେ ଆଗକୁ ଯିବେ ତାହା ଦେଖିବାକୁ ବାକି ରହିଛି।

Related Articles

Back to top button