ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି

ଏଣିକି ସ୍କୁଲରେ ପିଲାମାନେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଘଣ୍ଟି ବାଜିବ । ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗ ନେଲା ନିଷ୍ପତ୍ତି । ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ପାଇଁ ଏବେ ଘଣ୍ଟି ବାଜିବ । ରାଜ୍ୟରେ ବଢୁଥିବା ତାତିକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ଏହି ଗଣ୍ଟି ବାଜିବ । ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ । ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ଗଣଶିକ୍ଷା ବିଭାଗ ସବୁ ଡିଇଓ, ବିଇଓଙ୍କୁ ଚିଠି ଜାରି କରିଛନ୍ତି ।

Related Articles

Back to top button