ପାଠପଢ଼ା ସମୟରେ ସ୍କୁଲରେ ପଶିଲା ଭାଲୁ

ନନ୍ଦାହାଣ୍ଡି: ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ଭାଲୁ। ପ୍ରବଳ ବର୍ଷାରେ ଖାଦ୍ୟ ନ ପାଇ ଭାଲୁ ଗାଁ ମୁହାଁ ହୋଇଥିଲା। ଜଙ୍ଗଲ ନିକଟରେ ସ୍କୁଲ ଥିବା ଦେଖି ସେଠାରେ ପଶି ଆଶ୍ରୟ ନେଇଥିଲା। ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ମେରନାସ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି।
ସ୍କୁଲ ପରିସରରେ ଭାଲୁ ଦେଖି ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଖବର ପାଇ ବନ ବିଭାଗ ଟିମ୍‌ ପହଞ୍ଚି ଗତିବିଧି ଉପରେ ନଜର ରଖିଥିଲା। ତେବେ ଭାଲୁଟି ଖାଦ୍ୟ ଖୋଜି ନ ପାଇବା ପରେ ଜଙ୍ଗଲ ମୁହାଁ ହୋଇଥିଲା। ତେବେ ଭାଲୁ ପୁଣି ଫେରିବା ଆଶଙ୍କାରେ ବନ ବିଭାଗ ଟିମ୍‌ ସ୍କୁଲରେ ଦୀର୍ଘ ସମୟ ଧରି ଜଗି ରହିଥିଲେ। ସ୍କୁଲ ସମୟରେ ଭାଲୁ ଆସିବା ଘଟଣାକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ବିଦ୍ୟାଳୟର ପାଚେରି ନ ଥିବାବେଳେ ପାଖରେ ଜଙ୍ଗଲ ଥିବାରୁ ବନ୍ୟପ୍ରାଣୀ ଚାଲିଆସୁଥିବା ପ୍ରଧାନ ଶିକ୍ଷକ କହିଛନ୍ତି।

Related Articles

Back to top button