କ୍ରାଇମବ୍ରାଞ୍ଚକୁ ସଫଳତା, ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ ଜବତ

ସମ୍ବଲପୁର: କ୍ରାଇମବ୍ରାଞ୍ଚ STF କୁ ପୁଣି ସଫଳତା । ସମ୍ବଲପୁରରୁ ପୁଣି ଜବତ ହେଲା ଜାଲ ନୋଟ । ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜାଲ୍ ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚ STF । ଜାଲ୍ ନୋଟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି । ଯୁଯୁମୁରା ବ୍ଲକ ଛାମୁଣ୍ଡା ପଂଚାୟତ ଅଢାପଡାରେ ଛପା ହେଉଥିଲା ଏହି ନକଲି ନୋଟ ।

ଖବର ପାଇ ଏସଟିଏଫର ଏକ ଟିମ୍ ଚଢାଉ କରିଥିଲା । ଜାଲ୍ ନୋଟ ସାଙ୍ଗକୁ ପ୍ରିଣ୍ଟର ଜବତ କରିଛି ଏସପଟିଏଫ୍ । ଏକ ଜନସେବା କେନ୍ଦ୍ରରେ ଏହି ଜାଲ୍ ନୋଟ୍ ସବୁ ଛପା ଯାଉଥିଲା । ତେବେ ଏହି ଘଟଣାରେ ଦେବଗଡ ଲିଙ୍କ ଥିବାରୁ ଦେବଗଡ ଯାଇ ଛାନଭିନ୍ ଆରମ୍ଭ କରିଛି ଏସଟିଏଫ୍ ।

Related Articles

Back to top button