ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ଆଉ ତିନି ମାସ ଅତିରିକ୍ତ ୫ କେଜି ଚାଉଳ ପାଇବେ

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ଚାଉଳ ମିଳିବ । ଅତିରିକ୍ତ ଭାବେ ୫ କେଜି ଚାଉଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୨୦୨୨ ଏହି ତିନି ମାସ ପାଇଁ ହିତାଧିକାରୀ ମାନେ NFSA ହିତାଧିକାରୀମାନଙ୍କ ପରି ମୁଣ୍ଡପିଚ୍ଛା ମାସକୁ ୫ କେଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇ ପାରିବେ । ଏଥିପାଇଁ ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବେ ।

Related Articles

Back to top button