୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ବିଇଓ

କେନ୍ଦୁଝର: କେନ୍ଦୁଝର ଜିଲା ଘଟଗାଁ ବିଇଓ ଅଭୟ କୁମାର ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିନେଇଛି। ତଦନ୍ତରୁ ଜଣାପଡ଼ିଛି, କାଶୀସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କମଳାକାନ୍ତ ପଣ୍ଡାଙ୍କ ବକେୟା ପାଉଣା ଓ ବାର୍ଷିକ ଇନ୍‌କ୍ରିମେଣ୍ଟ କରାଇ ଦେବାକୁ ବିଇଓ ୧୫ ହଜାର ଲାଞ୍ଚ ମାଗିଥିଲେ। ଏ ନେଇ ଶିକ୍ଷକ ପଣ୍ଡା ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ବିଇଓ ୧୫ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା ବୋଲି ଅତିରିକ୍ତ ଏସ୍‌ପି ମହେଶ୍ୱର ସେଠୀ କହିଛନ୍ତି।

Related Articles

Back to top button