ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା: ସେପ୍ଟେମ୍ୱର ୭ ତାରିଖକୁ ଘୁଞ୍ଚିଲା ଆବେଦନ ଶୁଣାଣି

କଟକ: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ବର୍ଷାଙ୍କ ଆବେଦନର ଶୁଣାଣି ୭ ତାରିଖକୁ ଘୁଞ୍ଚିଲା । ଫାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବର୍ଷା ।

ସୂଚନା ଥାଉକି, ଗତ ମାସରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ ଅନୁଭବ । ଦୁଇଦିନ ଧରି ଚାଲିଥିଲା ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ।

ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ନିଜେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଥିଲେ । ଏହି ସମୟରେ ପତ୍ନୀ ବର୍ଷାଙ୍କ ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବତ ଗୀତା ପ୍ରଦାନ କରିଥିଲେ ସାଂସଦ ଅନୁଭବ ମହାନ୍ତି ।

Related Articles

Back to top button