ସମ୍ବିଧାନ ପ୍ରଣେତା ଡା. ବି.ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍ ଟର୍ମିନାଲ

ଆଜିଠାରୁ ଭାରତର ସମ୍ବିଧାନ ପ୍ରଣେତା ଡା. ବି.ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍ ଟର୍ମିନାଲ । ରାଜଧାନୀରୈ ନବନିର୍ମିତ ବରମୁଣ୍ଡା ବସ ଟର୍ମିନାଲ ଏବେ ଆମ୍ବେଦକର ବସ୍ ଟର୍ମିନାଲ ନାମରେ ଏକ ନୂଆ ପରିଚୟ ପାଇବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।ଚଳିତ ଫେବୃଆରୀ ମାସରେ ବରମୁଣ୍ଡାର ମସ୍ ଟର୍ମିନାଲ ଜନସାଧାରଣଙ୍କ ପାଇଁ ଲୋକାର୍ପଣ କରିବ । ଏହି ନୂଆ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବା ସହିତ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।  ତେବେ ଫେବୃଆରୀ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ନୂଆ କରି ଗଢି ଉଠିଥିବା ବରମୁଣ୍ଡା ବସ୍ ଟର୍ମିନାଲକୁ ସାଧାରଣ ଜନତାଙ୍କ ପାଇଁ ଲୋକାର୍ପଣ କରାଯିବ ।

Related Articles

Back to top button