ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଶଂସା କଲେ ରାଜ୍ୟପାଳ ରଘୁବର ଦାସ

ରାଜ୍ୟପାଳରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଆଜିର ଅଧିବେଶନ। ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଜ୍ୟପାଳ । ଗୃହରେ ଅଭିଭାଷଣ ପ୍ରଦାନ କରି ଷୋଡ଼ଷ ବିଧାନସଭାର ୧୫ତମ ଅଧିବେଶନକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ ରାଜ୍ୟପାଳ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଅବସରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସୂଚନା ପ୍ରଦାନ କରିଥିଲେ ।

ପୁରୀରେ ୮୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପନ୍ନ ହୋଇଛି। ଏହାର ଭୁରି ଭୁରି ପ୍ରଶଂସା କରିଥିଲେ ରାଜ୍ୟପାଳ ରଘୁବର ଦାସ। ସେହିପରି ୨ଶହ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରରେ ସମଲେଇ ପ୍ରକଳ୍ପକୁ ମଧ୍ୟ ପ୍ରଶଂସା କରିଛନ୍ତି। ଶ୍ରୀମନ୍ଦିର ଓ ସମଲେଇ ପ୍ରକଳ୍ପ ଲାଗି ସ୍ଵେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତି ସରକାର କୃତଜ୍ଞତା ପ୍ରଦାନ କରିଛନ୍ତି। ପ୍ରାଚୀନ ମନ୍ଦିର ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ଲାଗି ୨୮୦ କୋଟି ଟଙ୍କାର ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏଥିରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ଵର ଉନ୍ନତିକରଣ କାର୍ଯ୍ୟ ଚାଲିଛି।

ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଏବଂ ଅଭିବୃଦ୍ଧି ଲକ୍ଷ୍ୟରେ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏକ ଅନନ୍ୟ ବିକାଶମୂଳକ ପଦକ୍ଷେପ। ଯୁବ ସମ୍ପୃକ୍ତିକରଣ ଏବଂ ସଶକ୍ତୀକରଣ ଲାଗି ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ଅଭିଯାନ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର, ସମୃଦ୍ଧି, ସଂରକ୍ଷଣ ଓ ଉନ୍ନତି ସାଧନ ଲାଗି ସରକାରଙ୍କ ପ୍ରଥମ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ-୨୦୨୪ ଆୟୋଜନ ଏକ ପ୍ରକୃଷ୍ଣ ଉଦ୍ୟମ। ଉତ୍କଳମଣି ଗୋପବନ୍ଧୁଙ୍କୁ କର୍ମଭୂମି ସତ୍ୟବାଦୀଠାରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ। 5T ଏବଂ ମୋ ସରକାର ଉପକ୍ରମ ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଲୋକାଭିମୁଖି କରାଇ ଲୋକଙ୍କ ଅଧିକ ନିକଟତର ହୋଇପାରିଛି ।

Related Articles

Back to top button