ଏମ୍‌ସିଏ ଛାତ୍ରୀ ଆଶ୍ରିତା ଆତ୍ମହତ୍ୟା ମାମଲା, ବୟଫ୍ରେଣ୍ଡ ସତ୍ୟପ୍ରକାଶ ଗିରଫ

ଭୁବନେଶ୍ୱର: ଏମ୍‌ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ଗିରଫ। ଆଜି ଆଶ୍ରିତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ ଦାଶଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଆଶ୍ରିତାଙ୍କ ସୁଇସାଇଡ୍ ନୋଟ୍‌କୁ ଭିତ୍ତି କରି ପୁଲିସ ଏହି ପଦକ୍ଷେପ ନେଇଛି।

ଏମ୍‌ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲାରେ ତ୍ରିକୋଣୀୟ ପ୍ରେମ ଲିଙ୍କ ଆସିଛି। ସୁଇସାଇଡ୍ ନୋଟ୍ ମୁତାବକ ଆଶ୍ରିତାଙ୍କ ସହ ଅନ୍ୟଜଣେ ଯୁବକଙ୍କ ସମ୍ପର୍କ ଥିବା ତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ ସନ୍ଦେହ କରିଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ପରେ ସତ୍ୟପ୍ରକାଶ ତାଙ୍କ ପ୍ରେମିକା ଆଶ୍ରିତାଙ୍କ ନିକଟରେ ପହଞ୍ଚି ମାଡ଼ ମାରିଥିଲେ। ଏହା ତାଙ୍କୁ କଷ୍ଟ ଦେଇଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ବୋଲି ଉଲ୍ଲେଖ କରିଥିଲେ। ସୁଇସାଇଡ୍ ନୋଟ୍‌ରେ ଆଶ୍ରିତାଙ୍କୁ ସତ୍ୟ ଟର୍ଚ୍ଚର କରୁଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ। ପୁଲିସ ଏହି ସୁଇସାଇଡ୍‌ ନୋଟ୍‌କୁ ଆଧାର କରି ତାଙ୍କ ବୟ ପ୍ରେଣ୍ଡଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ୨୦୧୪ରୁ ଉଭୟ ଆଶ୍ରିତା ଓ ସତ୍ୟ ପ୍ରେମ ସମ୍ପର୍କରେ ଥିଲେ। ଉଭୟ ତିହିଡି ଗ୍ରାମର। ତେବେ ଆଶ୍ରିତା ଆଉ ଜଣେ ଯୁବକଙ୍କ ସହ ୨୦୧୯ରୁ ସମ୍ପର୍କରେ ଥିବା ସନ୍ଦେହ କରିଆସୁଥିଲେ ସତ୍ୟ। ଯାହାକୁ ନେଇ ସେ ଗତ ୪ତାରିଖରେ ଆଶ୍ରିତାଙ୍କ ରୁମ୍ ପାଖରେ ପହଞ୍ଚି ଥିଲେ। ତାଙ୍କୁ ରୁମ୍ ବାହାରକୁ ଡାକି ମାଡ଼ ମାରିଥିଲେ। ସେହିଦିନ ହିଁ ଆଶ୍ରିତା ଆତ୍ମହତ୍ୟା କରିଥିଲେ।

Related Articles

Back to top button