ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ଜୁଲାଇ ୭ ଗୁରୁବାର ଚଣ୍ଡିଗଡ଼ରେ ଡା. ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ। ମାନ ୬ ବର୍ଷ ପୂର୍ବେ ପ୍ରଥମ ସ୍ତ୍ରୀ ଇନ୍ଦରପ୍ରୀତଙ୍କଠାରୁ ଛାଡପତ୍ର ନେଇଥିଲେ। ଇନ୍ଦରପ୍ରୀତ ଏବଂ ୨ ସନ୍ତାନ ଆମେରିକାରେ ରୁହନ୍ତି। କିଛି ମାସ ପୂର୍ବେ ତାଙ୍କ ପୁଅ ଏବଂ ଝିଅ ପିତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ୪୮ ବର୍ଷୀୟ ମାନ ପୁଣିଥରେ ପରିବାର ଗଢନ୍ତୁ ବୋଲି ତାଙ୍କ ମା’ଙ୍କ ଇଚ୍ଛା କରିଥିଲେ। ମା’ଙ୍କ ଇଚ୍ଛାକୁ ପୂରଣ କରିବାକୁ ମାନ ବିବାହ କରିବାକୁ ରାଜି ହୋଇଥିଲେ। ଗୁରୁପ୍ରୀତଙ୍କୁ ତାଙ୍କ ମା’ ଏବଂ ଭଉଣୀ ଚୟନ କରିଛନ୍ତି।

ଘରେ ଏକ ଛୋଟ ବ୍ୟକ୍ତିଗତ ସମାରୋହରେ ବିବାହ ରୀତିନୀତି କରାଯିବ। କେବଳ ପରିବାର ସଦସ୍ୟ ଏହି ବିବାହ ଉତ୍ସବରେ ଯୋଗଦେବେ। ଏମାନଙ୍କ ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବର ଏବଂ କନ୍ୟାଙ୍କୁ ଆଶୀର୍ବାଦ ଦେବାକୁ ଆସିବେ।

କମେଡିଆନରୁ ରାଜନେତା ପାଲଟିଥିବା ଭାଗବନ୍ତ ମାନ ୨୦୧୪ରେ ପ୍ରଥମଥର ସଙ୍ଗରୁରର ଏମ୍‌ପି ହୋଇଥିଲେ। ସେତେବେଳେ ଇନ୍ଦ୍ରଜିତ୍‌ ତାଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। କିନ୍ତୁ ଉଭୟ ୨୦୧୫ରେ ଛାଡପତ୍ର ନେଇଥିଲେ।

ମିଳିଥିବା ସୂଚନା ମୁତାବକ, ଭଗୱନ୍ତ ମାନ୍‌ ଗୁରୁବାର ଚଣ୍ତିଗଡ଼ ସ୍ଥିତ ତାଙ୍କ ଘରେ ବିବାହ କରିବେ। ଡା. ଗୁର୍‌ପ୍ରୀତ୍‌ କୌରଙ୍କୁ ବିବାହ କରିବେ ମାନ୍‌। ବିବାହ ସମାରୋହରେ କେବଳ ନିଜର କିଛି ପ୍ରିୟଜନ ହିଁ ଉପସ୍ଥିତ ରହିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ବିବାହ ସମାରୋହରେ ଯୋଗ ଦେବେ।

ସୂଚନାଯୋଗ୍ୟ, ପ୍ରାୟ ୬ ବର୍ଷ ପୂର୍ବେ ୪୮ ବର୍ଷୀୟ ମାନ୍‌ ଓ ତାଙ୍କ ପୂର୍ବତନ ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

Related Articles

Back to top button