ଭୁବନେଶ୍ୱର ନିଶା ସେବନରେ ଦେଶର ତୃତୀୟ ସ୍ଥାନରେ

ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଏହି ନିଶା ଦ୍ରବ୍ୟ ମଧ୍ୟରେ ମଦ ଓ ଗଞ୍ଜେଇ ପ୍ରମୁଖତାରେ ଥିବା ଜଣାପଡିଛି।ଦେଶରେ ନିଶା ସେବନରେ ବେଙ୍ଗାଲୁର ପ୍ରଥମ ବା ୫୪.୫% ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ ସହର ରହିଛି। ଯେଉଁଠି ପ୍ରାୟ ୪୬.୩ % ନିଶା ସେବନ ହେଉଛି। ଏହା ବାଦ ଆମ ରାଜଧାନୀ ଭୁବନେଶ୍ୱର ନିଶା ସେବନରେ ଦେଶର ତୃତୀୟ ସ୍ଥାନରେ ରହିଛି। ଏଠି ପ୍ରାୟ ୩୭% ନିଶା ସେବନ ହେଉଛି। ତେବେ ଦେଶର ୧୫ ଟି ରାଜ୍ୟରେ ହୋଇଥିବା ଏକ ସର୍ଭେରେ ଏହି ରିପୋର୍ଟ ସାମ୍ନା ଆସିଛି। ଯାହା ଆମ ରାଜ୍ୟ ପାଇଁ ଏକ ଅତ୍ୟନ୍ତ ଚିନ୍ତାଜ୍ୱନକ ବିଷୟ।

ସୂଚନା ଥାଉକି, କେମ୍ବ୍ରିଜ ପ୍ରିଜିମସ: ଗ୍ଲୋବାଲ ମେଣ୍ଟାଲ ହେଲଥରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏନେଇ ୨୦୨୨ ମାର୍ଚ୍ଚରୁ ଅକ୍ଟୋବର ମାସରେ ଦେଶର ୧୫ ଟି ରାଜ୍ୟର ଗୋଟିଏ ଲେଖାଏ ମେଡିକାଲ କଲେଜରୁ ତଥ୍ୟ ସଂଗ୍ରହ କରାଯାଇଥିଲା।

Related Articles

Back to top button