ଆସନ୍ତା 15 ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଶିକ୍ଷା ବର୍ଷ 2023-24 ପାଇଁ ଫେବୃଆରୀ 20 ରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ଗତକାଲି ସମସ୍ତ ବିଷୟର ପରୀକ୍ଷା ଶେଷ ହୋଇଛି ।ଏହା ପରେ ଆସନ୍ତା 15 ତାରିଖରୁ ଆରମ୍ଭ ହେବ ଖାତା ଦେଖା । ରାଜ୍ୟର 313 ଟି ନୋଡାଲ୍ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ୍ ପଠାଯାଇଛି । ଆସନ୍ତା 6 ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ । 15 ତାରିଖରୁ ଉତ୍ତର ଖାତା ଦେଖା ହେବା ପୂର୍ବରୁ 13 ତାରିଖ ସୁଦ୍ଧା 54ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚାଯିବ । ଖାତା ଦେଖା ଆରମ୍ଭ ହେବାର 15 ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ସାହିତ୍ୟ, ଇଂରାଜୀ ଓ ଗଣିତ ଖାତା ସଂଗ୍ରହ କରାଯାଇଥିବା ବେଳେ ଆଜିଠାରୁ ନୋଡାଲ ସେଣ୍ଟରରୁ ହିନ୍ଦୀ, ସଂସ୍କୃତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଉତ୍ତରଖାତା ସଂଗ୍ରହ କରାଯିବ ।

ସୂଚନାଥାଉକି, ଚଳିତବର୍ଷ 2 ହଜାର 991 ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 51 ହଜାର 611 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି 7 ହଜାର 831 ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଓ 3 ହଜାର 37 ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ଏଥର AI ମାଧ୍ୟମରେ ତଦାରଖ କରାଯାଇଥିଲା ।

Related Articles

Back to top button