ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି : ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏବେ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା । ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳିବ ୨ଟି ବ୍ୟାଗ ଓ ଏକ ହଜାର ଟଙ୍କା । ଏଥିରେ ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି । ଏଥିସହ ଗ୍ରାମାଞ୍ଚଳ ଯୁବବର୍ଗଙ୍କ ପାଇଁ ନୂଆ ଯୋଜନା ‘ସ୍ୱୟଂ’କୁ ଅନୁମୋଦନ ମିଳିଛି । ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଯାଏଁ ମିଳିବ ଋଣ ।୧୮ରୁ ୩୫ ବର୍ଷ ଯୁବକ ଏବଂ ଯୁବତୀଙ୍କ ପାଇଁ ଋଣ ବ୍ୟବସ୍ଥା ରହିଛି । ସହରରେ ଯୁବପିଢି ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନାକୁ ଅନୁମୋଦନ ମିଳିଛି ।

Related Articles

Back to top button