ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ୬୪ ବର୍ଷ ବୟସରେ ପରଲୋକ

ବରଗଡ଼: ପଦ୍ମପୁର ବିଧାୟକଙ୍କ ପରଲୋକ । ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ । ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।

ଖବର ଅନୁଯାୟୀ, ଅସୁସ୍ଥତା କାରଣରୁ କିଛି ଦିନ ହେବ ବିଜୟ ରଞ୍ଜନ ଚିକିତ୍ସିତ ହେଉଥିଲେ । ବିଜୟ ରଞ୍ଜନ ଜଣେ ଦକ୍ଷ ରାଜନେତା ଭାବେ ପରିଚିତ । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ପଦ୍ମପୁରରୁ ୫ ଥର ବିଧାୟକ ହୋଇଥିବା ବେଳେ ବରଗଡ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଥିଲେ । ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୯୫ରେ ପୁଣି ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୯ ବିଜୁ ଜନତା ଦଳରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ l

Related Articles

Back to top button