ଗହିରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିଲେ ନୁଆ ଅତିଥି

ମହାକାଳପଡା: ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ମହାକାଳପଡା ଉପକୂଳ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟର ପାର୍ଶ୍ୱବର୍ତ୍ତୀ ଅଂଚଳକୁ ଆସିଲେ ନୂଆ ଅତିଥୀ । ଲୁଣା ଜଙ୍ଗଲରେ ଓ ସମୁଦ୍ର ମୁହାଣ ନିକଟରେ, ନୁଆ ଅତିଥି ଭାବେ ପ୍ରଥମ ଥର ଦେଖିବାକୁ ମଳିଛି ପେନଟେଡ ଷ୍ଟର୍କ ନାମକ ପକ୍ଷୀ । ଏହି ପ୍ରଜାତିର ପକ୍ଷି ଗେଣ୍ଡାଳିଆ ଭଳି ଦେଖାଯାଇଥାନ୍ତି ।

ପେନଟେଡ ଷ୍ଟର୍କ ଗେଣ୍ଡାଳିଆ ଠାରୁ ବଡ ୩ ରୁ ୪ଫୁଟ ଉଚ୍ଚତା ଏହାର ଥଣ୍ଟ ହଳଦିଆ ଡେଣା କଳା ପଛ ପାର୍ଶ୍ୱ ଇସତ ନାଲି ରଙ୍ଗ ହୋଇଥାଏ । ଶୀତ ଋତୁ ଆଗମନରେ ଉପକୂଳ ଅଂଚଳରେ ଥିବା ବିସ୍ତୀର୍ଣ୍ଣ ବେଳାଭୁମି, ଲୁଣା ଜଙ୍ଗଲ ପ୍ରକୃତି ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଶହ ଶହ ସଂଖ୍ୟାରେ ପ୍ରର୍ଯ୍ୟଟକ ମାନେ ଏଠାକୁ ଆସିଥାିନ୍ତି ।

ହୁକିଟୋଲ, ବତିଘର , ମାଦିଲି ମୁହାଣ, ଚଟକାକୁ ଜଳଯାତ୍ରା କରି ଭରପୁର ମଜା ନେଇଥାିନ୍ତି । ସଂଘବଦ୍ଧ ଭାବେ ବସବାସ କରି ଦଳ ଦଳ ହୋଇ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲି ଏହି ମନୋରମ ଦୃଶ୍ୟ ପ୍ରର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।

Related Articles

Back to top button