ତାଇଓ୍ୱାନ ସୀମାରେ ସମରାଭ୍ୟାସ କଲା ଚୀନ୍ : ଜବାବ ଦେବାକୁ ଆମେରିକା ବି ପଠାଇଲା ଯୁଦ୍ଧଜାହାଜ

ଆମେରିକା ସିନେଟ୍ ସ୍ପିକର୍ ନାନ୍‌ସୀ ପେଲୋସୀ ତାଇଓ୍ୱାନରୁ ଫେରିବା ପରେ ଚୀନ୍ ତା ରଙ୍ଗ ଦେଖାଇବା ଆରମ୍ଭ କରିଦେଇଛି । ଚୀନ୍ ତାଇଓ୍ୱାନ ସଂଲଗ୍ନ ଅଞ୍ଚଳରେ ସମରାଭ୍ୟାସ ଆରମ୍ଭ କରିଛି । ଏଥିରେ ଡ୍ରାଗନ ଅନେକ ଯୁଦ୍ଧପୋତ, ଜାହାଜ, ଫାଇଟର୍ ଜେଟ୍ ଓ ମିସାଇଲ ମୁତୟନ କରିଛି । ଆମେରିକା ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିଥିବା ବେଳେ ଫିଲିପାଇନ୍ସରୁ ନିଜର ୟୁଏସଏସ ରୋନାଲ୍ଡ ରିଗାନ୍ ଯୁଦ୍ଧଜାହାଜ ପଠାଇଛି ।

ଚୀନର ଯୁଦ୍ଧାଭ୍ୟାସକୁ ନେଇ ତାଇଓ୍ୱାନ କହିଛି ଯେ, ସେମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ସେମାନେ କୌଣସି ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସେମାନେ ଯୁଦ୍ଧ ଚାହାଁନ୍ତି ନାହିଁ । ସେପଟେ ଆମେରିକା ମଧ୍ୟ ପେଲୋସୀଙ୍କ ଗସ୍ତକୁ ଯୁଦ୍ଧରେ ଚୀନ୍ ପରିବର୍ତ୍ତନ ନକରୁ ବୋଲି ଧମକ ଦେଇଛି ।

ତାଇଓ୍ୱାନ ସହ ଅଛୁ-ପେଲୋସୀ

ତାଇୱାନରେ ଗସ୍ତ କରିଥିବା ନାନସୀ ପେଲୋସି କହିଥିଲେ ଯେ, ସେମାନେ ତାଇୱାନ ସହିତ ରହିଛନ୍ତି ଏବଂ ଏହା ପ୍ରତି ଆମର ପ୍ରତିବଦ୍ଧତା ଛାଡିବେ ନାହିଁ । ତାଇୱାନର ନେତା ତାଇ ଇଙ୍ଗ ୱେଙ୍ଗ କହିଥିଲେ, ଆମେ ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରତିବଦ୍ଧ । ଏଥି ସହିତ ପେଲୋସି ମଧ୍ୟ କହିଥିଲେ, ତାଇୱାନକୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯିବ ଏବଂ ପ୍ରତ୍ୟେକ ସ୍ତରରେ ଏହା ରହିବ ।

ଜାତିସଙ୍ଘରେ ଚୀନର ନିନ୍ଦା

ମିଳିତ ଜାତିସଂଘରେ ଚୀନ୍‌ର ପ୍ରତିନିଧୀ ଝୁଆଙ୍ଗ ଜୁନ୍ ନାନସୀଙ୍କ ଗସ୍ତକୁ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଥିଲେ । ସେ କହିଥିଲେ ଯେ, ସେ ଯେପରି ଦେଖୁଛନ୍ତି, ଏହି ଯାତ୍ରା ଅତ୍ୟନ୍ତ ବିପଜ୍ଜନକ ଅଟେ । ଏହା ଚୀନ୍‌ର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିବାକୁ ଯାଉଛି । ଏଥିରୁ ସ୍ପଷ୍ଟ ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ଏବଂ ତାଇୱାନ ଯୁଦ୍ଧକ୍ଷେତ୍ରରେ ପରିଣତ ହେବାର ଆଶଙ୍କା ରହିଛି । ଯଦିଓ ବିଶେଷଜ୍ଞମାନେ ଚୀନ୍ ତାଇୱାନ ଉପରେ କୌଣସି ଆକ୍ରମଣ କରିବ ନାହିଁ ବୋଲି ବିଶ୍ୱାସ କରୁଥିବା ସେ କହିଥିଲେ ।

Related Articles

Back to top button