ଅତି ଭାବମୟ ପରିବେଶରେ ସତସଙ୍ଗର ଶ୍ରୀ ଶ୍ରୀ ଦାଦାଙ୍କର ଶୁଭ ଜନ୍ମଦିବସ ପାଳିତ

ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଆଶ୍ରିବାଦ ବହନକରି ଭୁବନେଶ୍ୱର ସତସଙ୍ଗ ବିହାର ପରିସରରେ ଆଜି ଦିନବେଳା ପବିତ୍ର ମହାଷ୍ଟମୀ ତିଥିରେ ଅତି ଭାବମୟ ପରିବେଶ ଭିତରେ ପାଳିତ ହୋଇଯାଏ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦାଙ୍କର ୯୧ତମ ଶୁଭ ଜନ୍ମ ଦିବସ। ପାର୍ଥନା,ସତ୍ୟାନୁସରଣ ପାଠ,ଭଜନ,କୀର୍ତ୍ତନ ସହିତ ସଦାଲୋଚନା ପରିବେଶକୁ ବେଶ ଭାବଗମ୍ଭୀର କରିତୋଲିଥିଲା। ଶ୍ରୀ ଶ୍ରୀ ଦାଦା ଙ୍କର ପ୍ରଚେଷ୍ଟାରେ ଭାରତର ସବୁଠାରୁ ଉଚ୍ଚ ସତସଙ୍ଗ ମନ୍ଦିର କେମିତି ଭୁବନେଶ୍ୱର ଠାରେ ଗଢି ଉଠିଥିଲା ସେହି ବିଷୟରେ ଆଲୋକପାତ କରିଥିଲେ ସତସଙ୍ଗର ସହ ପ୍ରତି ରିତ୍ୱିକ ଶ୍ରୀଯୁକ୍ତ ହୃଷୀକେଶ ସେନାପତି ଏବଂ ଶ୍ରୀଯୁକ୍ତ ଅଭୟ ପରିଡ଼ା(ସ ପ୍ର ରି)।ଶେଷରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ଫେବୃୟାରୀ ୪ତାରିଖ ଭୁବନେଶ୍ବରରେ ହେବାକୁ ଥିବା ସତସଙ୍ଗ ଉତ୍ସବ କେମିତି ଲୋକ କଲ୍ୟାଣ ମୁଖୀ ହୋଇପାରିବ ତାହାରି ଉପରେ ଆଲୋଚନା ରଖିଥିଲେ ସତସଙ୍ଗର ଯୁବକର୍ମୀ ଧୃତିକାମ ମହାନ୍ତି (ସ ପ୍ର ରି), ଦୁଷ୍ମନ୍ତ ବେହେରା (ସ ପ୍ର ରି) ଓ ହିମାଂଶୁ ଭୂଷଣ ସାହୁ(ସ ପ୍ର ରି)।ପରିଶେଷରେ ସହସ୍ର ଭକ୍ତ ଅନୁଗାମୀ ମା ଓ ଭାଇ ମାନେ ପ୍ରସାଦ ସେବନ କରିଥିଲେ।

Related Articles

Back to top button