ଅନ୍ତର୍ଜାତୀୟ କଳା ପର୍ବରେ ଓଡ଼ିଶାର ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ସମ୍ବର୍ଦ୍ଧିତ

ଲଳିତ କଳା ଏକାଡେମୀ, ରାଜସ୍ଥାନର ଜୟପୁର ଓ ଅନ୍ତରଙ୍ଗ କଳା ଏଣ୍ଡ ୱେଲଫେୟାର ସୋସାଇଟି, ଟୋଙ୍କର ମିଳିତ ଉଦ୍ୟମରେ ଅନୁଷ୍ଠିତ ୨୭ତମ ଅନ୍ତରାଷ୍ଟ୍ରୀୟ କଳାପର୍ବ ‘ କ୍ରିୟାନ୍’ରେ ଓଡ଼ିଶାରୁ ଏକମାତ୍ର ଯୁବଶିଳ୍ପୀ କ୍ଷୀରସିନ୍ଧୁ ଭୋଇ ଯୋଗଦେଇ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କଳାହାଣ୍ଡି ବିଶ୍ବବିଦ୍ୟାଳୟ ପକ୍ଷରୁ ଶିଳ୍ପୀ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଏହି କଳା ସଂସ୍କୃତିର ମହାକୁମରେ ଅଂଶଗ୍ରହଣ କରି ନିଜ ପ୍ରତିଭା ବଳରେ ରଙ୍ଗ ତୁଳୀର କମାଲ ଦେଖାଇ ଅଗଣିତ କଳାପ୍ରେମୀଙ୍କ ହୃଦୟ ଜିଣିଛନ୍ତି । ଏହି ଶିଳ୍ପୀ ଶିବିରରେ ଦେଶର ବିଭିନ୍ନ ରାଜ୍ୟରୁ ୪୦୦ ଶିଳ୍ପୀ ଯୋଗ ଦେଇଥିଲେ ଓ ଏହା ତିନିଦିନ ଧରି ଚାଲିଥିଲା ବୋଲି ଆୟୋଜକ ସଚିବ ପୁଵେନ୍ଦ୍ର ଜୈନ୍ ପ୍ରକାଶ କରିଛନ୍ତି । ଏହି ବିଶାଳ ଚିତ୍ରକଳା ପ୍ରଦର୍ଶନୀ ଶିବିରର ଉଦ୍‌ଯାପନୀ ଉତ୍ସବରେ ଲୋକପ୍ରିୟ ବିଶିଷ୍ଟ ଅଭିନେତ୍ରୀ ନିତୁ କୋଡୁଲା ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ଶିଳ୍ପୀ କ୍ଷୀରସିନ୍ଧୁଙ୍କୁ ମଧ୍ୟ ତାଙ୍କର ଉତ୍କୃଷ୍ଟ ଚିତ୍ରକଳା ପ୍ରଦର୍ଶନ ପାଇଁ ସମ୍ବଦ୍ଧିତ କରାଯାଇଥିଲା । ତାଙ୍କର ଏହି ସଫଳତାରେ ବିଭିନ୍ନ ଅଞ୍ଚଳରୁ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି ।

Related Articles

Back to top button