ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ପରମ୍ପରା ଆରମ୍ଭ

ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଆଜି ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ପାଞ୍ଚ ଜଣିଆ ଟିମ କଟକ ଅଭିମୁଖେ ଯାତ୍ରା କରିଛନ୍ତି । କଟକ ଖପୁରିଆସ୍ଥିତ କରତ କଳରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ । ରଥ କାଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଏହି ପାଞ୍ଚ ଜଣିଆ ଟିମ କଟକରେ ପହଁଚି ଚିରଟ ପ୍ରକ୍ରିୟାର ଅନୁକୂଳ କରିବେ । ତିନୋଟି ଧଉରା କାଠକୁ ଆଜିର ଦିନରେ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବ । ସରସ୍ୱତୀ ପୂଜାରେ ରଥକାଠ ପୂଜାର୍ଚନା କରାଯାଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି ।

ତେବେ ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆଉ ଅନ୍ୟପଟେ ନିର୍ବାଚନ ଥିବାରୁ ଆଦର୍ଶ ଆଚରଣ ବିଧିକୁ ଗୁରୁତ୍ୱର ସହ ନେଇ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଇନ ଶୃଙ୍ଖଳା ,ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ସହ ନୀତିକାନ୍ତି ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରଭୁଙ୍କ ନବଯୌବନ ,ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ତା ଉପରେ ବି ଆଲୋଚନା ହୋଇଛି ।

Related Articles

Back to top button