ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ।

ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ। ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ୨୦ କୋଟି ଟଙ୍କା ଦୁର୍ନୀତି ମାମଲା ନେଇ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା। କଲେଜକୁ ନେଇ ହୋଇଥିବା ଦୁର୍ନୀତି ମାମଲାରେ କିଛି ଦିନ ପୂର୍ବରୁ ଭୁବନେଶ୍ୱର, ଭଦ୍ରକର ଏକାଧିକ ସ୍ଥାନରେ ରେଡ୍ କରିଥିଲା ଇଡି। ତେବେ ରେଡ କରିବା ସମୟରେ ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରିଥିଲା ଇଡି।

ସୂଚନା ଅନୁସାରେ , ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଭଣ୍ଡାରିପୋଖୀ ବିଧାୟକ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଛନ୍ତି। ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ପ୍ରଫୁଲ୍ଲ ସାମଲ। କଲେଜରେ ୨୦ କୋଟି ଟଙ୍କା ଦୁର୍ନୀତି ମାମଲା ନେଇ ଅଭିଯୁକ୍ତ ଅଛନ୍ତି ସାମଲ ବାପ ପୁଅ। ତେବେ ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲା ନେଇ ଇଡି ନିକଟକୁ ଅଭିଯୋଗ ଆସିବା ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ ପକାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତେବେ ଚଢ଼ାଉବେଳେ ଦାମୀ ଗାଡ଼ି ସହିତ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ନାଁରେ ଥିବା ଘରୁ ୧୦ ଲକ୍ଷ ନଗଦ ଟଙ୍କା ମିଳିଥିଲା। ତେଣୁ ଏହି ମାମଲାକୁ ନେଇ ଏବଂ ମିଳିଥିବା ନଗତ ଟଙ୍କା ବାବଦରେ ପଚରାଉଚରା କରିବା ପାଇଁ ଇଡି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ହଜାର ହେବାକୁ ନିର୍ଦେଶ ଦେଇଥିଲା।

Related Articles

Back to top button