୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଘଷିପୁରା-ଶମ୍ଭୂନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ତାରୀପୋଖରୀ ସୁଧାୟଶୁ ନାୟକ, ବରୀରୁ ଉମେଷ ଜେନା, ବାରବାଟୀ କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆରୁ ପ୍ରକାଶ ରଣବଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ସୂଚନାଥାଉ ଯେ, ଆଜିକୁ ମିଶାଇ ବିଜେପି ୧୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି । ହେଲେ ଏଥର ଚର୍ଚ୍ଚାରେ ଥିବା ଅନୁଭବ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ନାୟକଙ୍କୁ ଦଳ ପକ୍ଷରୁ ଟିକେଟ୍ ମିଳିନାହିଁ । ଅଭିନେତା ଅନୁଭବ ମହାନ୍ତିଙ୍କୁ କଟକ ବାରବାଟୀ ଆସନରୁ ଟିକେଟ୍ ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳ ଏହି ଆସନ ପାଇଁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ।

Related Articles

Back to top button