ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ କରାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ କରାଯିବା ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିଭିତ୍ତିକ ଗ୍ରୁପ୍ ‘ବି’, ‘ସି’, ‘ଡି’ ପାହ୍ୟାର ନିଯୁକ୍ତି ଉଚ୍ଛେଦ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ଫଳରେ ୫୭ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ। ଛୁଟିଦିନ ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।

ଖବର ଅନୁଯାୟୀ, ଶନିବାର ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ନିଯୁକ୍ତିର ଯୁଗ ଶେଷ ହେଲା ବୋଲି ଘୋଷଣା କରିଥିଲେ। ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଅନୁଯାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ସହିତ ସେମାନଙ୍କର ସ୍କେଲ ଅନୁଯାୟୀ ନିର୍ଦ୍ଦିଷ୍ଟ ଦରମା ଧାର୍ଯ୍ୟ କରାଯିବ। ନିଯୁକ୍ତି ପାଇବା ଦିନଠାରୁ ସେମାନଙ୍କର ବର୍ଦ୍ଧିତ ଦରମା ହିସାବ କରାଯିବ। ୬ ବର୍ଷ ଅବଧି ପୂରଣ କରି ସାରିଥିଲେ ବି ନିଯୁ୍କ୍ତି ଦିନଠାରୁ ହିଁ ବର୍ଦ୍ଧିତ ଦରମା ଲାଗୁ ହେବ। କର୍ମଚାରୀମାନଙ୍କର ଦରମା ବଢ଼ିବା ସହିତ ପଦୋନ୍ନତି ବି କରାଯିବ। ଏଥିସହ ବ୍ୟବସ୍ଥା ଅନୁସାରେ ଇନକ୍ରିମେଣ୍ଟ ଦିଆଯିବ। ବିଧିବଦ୍ଧ ବିଜ୍ଞପ୍ତି ଜାରି ପରେ ଚୁକ୍ତିଭିତ୍ତିକ କର୍ମଚାରୀ ମହଲରେ ଖୁସିର ଲହରି ଖେଳିଯାଇଛି ।

Related Articles

Back to top button