ନୂଆପଡାରେ ଡାଇରିଆ ଆତଙ୍କ, ଜଣେ ମୃତ

ନୂଆପଡା : ରାୟଗଡା କାଶୀପୁର ପରେ ନୂଆପଡା ଜିଲ୍ଲାରେ ଡାଇରିଆ ଆତଙ୍କ । ଏଥିରେ ଜଣଙ୍କ ଜୀବନ ଚାଲିଯାଇଛି । ଏହାସହ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏମାନେ ସମସ୍ତେ କୋମନା ବ୍ଲକ ଜଟଗଡ ଗ୍ରାମର । ତେବେ ଏହାର କାରଣ କଣ ତାହା ଜଣାପଡିନି ।

ସୂଚନା ଥାଉକି, ଗତ କିଛିଦିନ ହେବ କାଶୀପୁର ଓ ଏହାର ଆଖପାଖ ଅଞ୍ଚଳରେ ଡାଇରିଆ ହେଉଥିବା ଦେଖିବାକୁ ମିଳିଛି । ଏପରିକି ଘଟଣାସ୍ଥଳରେ ବିଶେଷଞ୍ଜ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ । ଯାହା ଜଣାପଡିଥିଲା ଯେ, ଦୂଷିତ ପାଣି ଏହାର ମୁଖ୍ୟ ବାହକ । ସେପଟେ ଡାଆରିଆକୁ ରୋକିବାକୁ ବିଭିନ୍ନ ସ୍ଥାନରେ ସଚତନତା କାର୍ଯ୍ୟକ୍ରମ ମାନ କରାଯାଉଛି ।

Related Articles

Back to top button