ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀଙ୍କୁ ନିଯୁକ୍ତ କରିଛି ବିଜେପି:ଓଡ଼ିଶା ପାଇଁ ଦୁଇଜଣ ନେତାଙ୍କୁ ମିଳିଛି ଦାୟିତ୍ୱ

ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭାନ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଥିବା ବେଳେ ବିଜେପିର କେନ୍ଦୀୟ ନେତୃବୃନ୍ଦ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି ।ମୋଟ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଜେପି ପ୍ରଭାରୀଙ୍କ ନାମ ଘୋଷଣା କରିଛି । ଓଡ଼ିଶା ପାଇଁ ଦୁଇଜଣ ନେତାଙ୍କୁ ଦାୟିତ୍ୱ ମିଳିଛି । ସାଂସଦ ବିଜୟପାଲଙ୍କୁ ପ୍ରଭାରୀ ଓ ବିଧାୟକ ଲତା ଉସେଣ୍ଡୀଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏହି ଦୁଇ ନେତା ଆଗାମୀ ଦିନରେ ଓଡ଼ିଶାରେ ବିଜେପିକୁ ମଜବୁତ କରିବାକୁ କର୍ମୀମାନଙ୍କୁ ପ୍ରେରଣା ଯୋଗାଇବେ ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପାଇଁ ୱାଇ. ସତ୍ୟା କୁମାର, ଅରୁଣାଚଳ ପ୍ରଦେଶ ପାଇଁ ଅଶୋକ ସିଙ୍ଘଲ, ବିହାର ପାଇଁ ବିନୋଦ ତାୱଡ଼େ ଓ ଦୀପକ ପ୍ରକାଶ, ଚଣ୍ଡିଗଡ଼ ପାଇଁ ବିଜୟବଭାଈ ରୁପାଣୀ, ଦାମନ ଓ ଡିଉ ପାଇଁ ପୁନରେଶ ମୋଦୀ ଓ ଦୁଷ୍ୟନ୍ତ ପଟେଲ, ଗୋଆ ପାଇଁ ଆଶୀଷ ସୁଦ, ହରିୟାଣା ପାଇଁ ବିପଲବ କୁମାର ଦେବ, ସୁରେନ୍ଦ୍ର ନାଗର, ହିମାଚଳ ପ୍ରଦେଶ ପାଇଁ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ, ମଧ୍ୟପ୍ରଦେଶ ପାଇଁ ମହେନ୍ଦ୍ର ସିଂହ ଓ ସତୀଶ ଉପାଧ୍ୟାୟ, ଓଡ଼ିଶା ପାଇଁ ବିଜୟପାଲ ସିଂହ ତୋମର ଓ ଲତା ଓସେଣ୍ଡୀ, ଉତ୍ତରପ୍ରଦେଶ ପାଇଁ ବୈଜୟନ୍ତ ପଣ୍ଡା, ଉତ୍ତରାଖଣ୍ଡ ପାଇଁ ଦୁଷ୍ୟନ୍ତ କୁମାର ଗୌତମ ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି ।

Related Articles

Back to top button